କନଷ୍ଟେବଳକୁ ହତ୍ୟା ଧମକ, ଯୁବକ ଗିରଫ

ଶଙ୍କରାଖୋଲ(ଡି.ଏନ୍‌.ଏ.)/ଟିକାବାଲି, ୩୦ା୧୦- ଚକାପାଦ ଥାନାର କନଷ୍ଟେବଳ ବସନ୍ତ କୁମାର ନାହକଙ୍କୁ ଚକାପାଦ ଶୈବ ପୀଠଠାରେ ହତ୍ୟା ଧମକ ଦେବା ସହ ଗାଳିଗୁଲଜ କରିବା ଅଭିଯୋଗରେ ଜରେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ନୂଆସାହିର ଆଲୋକ ସେନାପତି। ନଂ.୫୬/୧୯ରେ ମାମଲା ରୁଜୁ କରି ଆଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତରୁଣ ତପନ ବେହେରା କହିଛନ୍ତି।
ପ୍ରକାଶ ଯେ, କାର୍ତ୍ତିକ ମାସ ତୃତୀୟ ସୋମବାର ପାଇଁ ଚକାପାଦଠାରେଥିବା ବିରୁପାକ୍ଷ ଶୈବପୀଠ ପରିସରରେ କନଷ୍ଟେବଳ ବସନ୍ତ କୁମାର ନାହକ ଡ୍ୟୁଟି କରୁଥିଲେ। ଆଲୋକ ସେଠାରେ ପହଞ୍ଚତ୍ କୌଣସି କାରଣକୁ ନେଇ ତାଙ୍କୁ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କନଷ୍ଟେବଳ ଥାନାରେ ଅଭିଯୋଗ କରିଥିଲେ।

Share