କନଷ୍ଟେବଳଙ୍କ ଘରୁ ଚୋରି ଉଦ୍ୟମ ବିଫଳ

ବଡ଼ଗାଁ,୯।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ କୁରେଇବଗା ଗ୍ରାମରେ ଶୁକ୍ରବାର ଜଣେ କନେଷ୍ଟବଳଙ୍କ ଘରୁ ଚୋରି ଉଦ୍ୟମ ବିଫଳ ହୋଇଛି।
ସୂଚନାଯୋଗ୍ୟ, ଲାଠିକଟା ଅଞ୍ଚଳର ଏକ ଥାନାରେ କାର୍ଯ୍ୟରତ କନଷ୍ଟେବଳ ଦିଗାମ୍ବର କାଲେ ଘରେ ନ ଥିବା ବେଳେ ତାଙ୍କ ସ୍ତ୍ରୀ ବାରିପଟେ ଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ଘରେ ପଶି ଆଲ୍‌ମିରା ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଶବ୍ଦଶୁଣି କନେଷ୍ଟେବଳଙ୍କ ସ୍ତ୍ରୀ ପାଟିକରିବାରୁ ଦୁର୍ବୃତ୍ତମାନେ ଚାଲିଯାଇଥିଲେ।