କେନ୍ଦୁଝର,୧୪।୧୨ ( ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପଣ୍ତାପଡ଼ା ଥାନା ପଟିଲ ଗ୍ରାମର ସରସ୍ବତୀ ପଲେଇ(୪୫) ନାମ୍ନୀ ଜଣେ ମହିଳା କନିଅର ଫଳ ଖାଇବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ କନିଅର ଫଳକୁ ଶିଳରେ ବାଟି ଖାଇଦେଇଥିଲେ। ତାଙ୍କର ପୁଅ ଅଟୋ ଚଳାଉଥିବାବେଳେ ଘରକୁ ଆସିଦେଖିଲା ବେଳକୁ ତାଙ୍କ ମା’ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କ ମା’ କନିଅର ଫଳ ଖାଇଥିବା ଜାଣିବାକୁ ପାଇ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ନେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପଣ୍ତାପଡ଼ା ପୋଲିସ ପହଞ୍ଚି ଏହାର ଏକ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ବୋଲି ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି।