ବଡବିଲ, ୨୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ମାଗାଜିନ ହଟିଂରେ ଅର୍ଜୁନ ହାଇବୁରୁ ନାମକ ଜଣେ ବ୍ୟକ୍ତି କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ସେ କନିଅର ମଞ୍ଜିଖାଇ ଅସୁସ୍ଥ ହେବା ପରେ ଅର୍ଜୁନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲେ ହେଁ ଅଧାବାଟରେ ତାଙ୍କର ମୃତ୍ୟୁ ଘଟିିଥିଲା। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରିରଖିଛି।