କନିଆଁ ରୂପରେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ କନିଆଁ ବେଶରେ ନିଜ ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ‘ରାଜି’ ଫିଲ୍ମର ଏହି ଅଭିନେତ୍ରୀ ଶନିବାର ଏକ ବିଜ୍ଞାପନ ଶୁଟିଂ ସେଟ୍‌ରୁ ନିଜର ଦୁଇଟି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କନିଆଁ ସାଜି ପ୍ରଶଂସକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି। ଏକ ଲାଲ୍‌ ଲେହେଙ୍ଗା ପରିଧାନ କରି ଆଲିଆ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ସେ ଏକ ରତ୍ନହାର ପିନ୍ଧିବା ସହିତ ଖୁବ୍‌ ସୁନ୍ଦର ବେଶରେ ସଜେଇ ହୋଇଛନ୍ତି। ନିଜ ଫଟୋ ତଳେ ଲେଖିଛନ୍ତି ‘କନିଆଁ ବେଶର ଅନୁଭବ’। ଆଲିଆ ସତେ ଯେମିତି କନିଆଁ ବେଶରେ ସଜେଇ ହୋଇ ବାହା ହେବାକୁ ଯାଉଥିବା ମନେହେଉଛି। ଅନେକ ସୋସିଆଲ ମିଡିଆ ୟୁଜର ‘ରଣବୀର କୀ ଦୁହ୍ଲନ୍‌’ ବୋଲି ମତାମତ ଦେଇଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି ‘ରଣବୀର ଦୁହ୍ଲନ ଲେ ଜାଏଙ୍ଗେ’।
ସୂଚନାଯୋଗ୍ୟ ଯେ, ଆଲିଆ ଭଟ ଅଭିନେତା ରଣବୀର କପୁରଙ୍କ ନିବିଡ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଆସୁଛି। ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍‌ଙ୍କ ଭଳି ରଣବୀର କପୁର ଓ ଆଲିଆ ଭଟ୍ଟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଲେକ୍‌ କୋମୋଠାରେ ବିବାହ କରିବେ ବୋଲି ଚଳିତବର୍ଷ ପ୍ରାରମ୍ଭରେ ଖୁବ୍‌ ଚର୍ଚ୍ଚା ହେଉଥିଲା। କିନ୍ତୁ ଏକ ସାକ୍ଷାତ୍‌କାରରେ ଆଲିଆଙ୍କ ମା’ ସୋନି ରାଜଦାନ ଏହି ବିବାହକୁ ଅସ୍ବୀକାର କରିବା ସହିତ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ।

Share