କନିକାଙ୍କୁ କରୋନା: ଦାୟିତ୍ୱହୀନତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେମ୍‌

ବମ୍ବେ: ବଲିଉଡ୍‌ ଗାୟିକା କନିକା କପୁର କରୋନା ସଂକ୍ରମିତ। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଦଶଦିନ ତଳେ ଲଣ୍ଡନରୁ ଫେରିଥିଲେ ସେ। ହେଲେ ବିମାନ ବନ୍ଦରରେ ଯାଞ୍ଚ ସମୟରେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଏପରିକି ସେ ଫେରିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବେ କନିକାଙ୍କୁ କରୋନା ହୋଇଛି। ଏଣୁ ତାଙ୍କ ଆଖପାଖ ସହ ପାର୍ଟିରେ ଯୋଗ ଦେଇଥିବା ଲୋକଙ୍କଠାରେ କରୋନା ସଂକ୍ରମଣ ହେବାର ଭୟ ଉପୁଜିଛି।
ଅନେକେ କନିକା ଦାୟିତ୍ୱହୀନ ଭଳି କାର୍ଯ୍ୟ କରିଥିବା କହୁଛନ୍ତି। ବିଦେଶରୁ ଫେରିବା ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ନ ରହି ପାର୍ଟି କରିବାକୁ ନେଇ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଏକାଧିକ ମେମ୍‌ ଭାଇରାଲ ହେଉଛି। ଲୋକମାନେ ତାଙ୍କର ମଜା ନେଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ସେପରି କିଛି ମେମ୍‌:

Share