Advertisement

କନିକାଙ୍କ ସଂସ୍ପର୍ଶରେ ଆସିଛନ୍ତି ବାପି!

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସରେ ପୀଡିତ ହେବା ପରେ ତାଙ୍କୁ ନେଇ ଆସୁଛି କିଛି ନା କିଛି ଖବର। ନିକଟରେ ସେ ଲଣ୍ଡନରୁ ଫେରି ଲକ୍ଷ୍ନୌରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଓ ପରେ ତାଙ୍କ ନିକଟରେ କରୋନା ପଜିଟିଭ ମିଳିବା ପରେ ତାଙ୍କୁ ଅନେକ ଆକ୍ରୋଶର ଶିବାର ହେବାକୁ ପଡିଛି। ହେଲେ ତାଙ୍କ ସମ୍ପର୍କରେ ବଲିଉଡ୍‌ ଗାୟକ ବାପି ଲାହିରୀ କହିଛନ୍ତି କନିକା ଯେତେବେଳେ ଲଣ୍ଡନରୁ ଫେରିଲେ ସେତେବେଳେ ସେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ଆଉ ସେ କରୋନା ପଜିଟିଭ ଜଣାପଡିବା ପରେ ଆଉ ସେ କନିକାଙ୍କ ସହ କଥା ହୋଇ ନାହାନ୍ତି ବୋଲି କହିଛନ୍ତି। କନିକା ଲଣ୍ଡନରୁ ଫେରିବା ପରେ ବାପିଙ୍କ ପ୍ରୋଜେକ୍ଟରେ ଶେଷଥର ପାଇଁ ଗୀତ ଗାଇଥିବା ସେ କହିଛନ୍ତି। ଆଉ ସେ ଜଣେ ଭଦ୍ର ଓ ଶିକ୍ଷିତ ଝିଅ ବୋଲି ମଧ୍ୟ ବାପି କହିଛନ୍ତି। ଗଣେଶଙ୍କ ନିକଟରେ ପ୍ରାର୍ଥନା କରି ବାପି କନିକାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share