ଲକ୍ଷ୍ନୌ,୨୧।୩: କରୋନା ଭାଇରସକୁ ନେଇ ବଲିଉଡ୍ ଗାୟିକା କନିକା କପୁରଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସବୁଆଡେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ଏହି ବଲିଉଡ୍ ସେଲିବ୍ରିଟି ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନେ ବି କରୋନା ସଂକ୍ରମଣରେ ପୀଡ଼ିତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂ କନିକାଙ୍କ ପାର୍ଟିରେ ଯୋଗ ଦେଇଥିବା ବେଳେ ଶୁକ୍ରବାର ସେ ନିଜକୁ ସେଲ୍ଫ ଆଇସୋଲେଶନରେ ରଖିଥିଲେ। ଶନିବାର ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ସେ ଆଶ୍ୱସ୍ତ ଲାଭ କରିଛନ୍ତି।