Categories: ଫୁରସତ

କନିଷ୍ଠ କର୍ମଚାରୀଙ୍କୁ ପାର୍ଟିରେ ମଦ୍ୟପାନ ପାଇଁ ବାଧ୍ୟ କରିପାରିବେନି ବରିଷ୍ଠ, ଯଦି କରନ୍ତି ତେବେ…

ଟୋକିଓ: ଜାପାନ ସରକାର ଆସନ୍ତା ବର୍ଷ (୨୦୨୦)ରେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ବରିଷ୍ଠ କର୍ମଚାରୀ କନିଷ୍ଠ କର୍ମଚାରୀଙ୍କୁ ଅଫିସ୍‌ କାର୍ଯ୍ୟ ପରେ ପାର୍ଟି କରିବାକୁ ଡାକି ପାରିବେ ନାହିଁ। ଯଦି ଡାକନ୍ତି, ତେବେ ଶୋଷଣ ଅଭିଯୋଗରେ ଦଣ୍ଡିତ ହେବେ।


ସାଧାରଣତଃ କାର୍ଯ୍ୟାଳୟରେ ସୁ-ସମ୍ପର୍କ ରକ୍ଷା ପାଇଁ ଜାପାନରେ ସହକର୍ମୀଙ୍କ ମଧ୍ୟରେ ପାର୍ଟିର ଆୟୋଜନ କରାଯାଇଥାଏ। ଏହି ପାର୍ଟିର ଉଦ୍ଦେଶ୍ୟ ହେଲା ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ ଭଲ ଭାବରେ ଜାଣିପାରିବେ। ଆଉ ମିଶି କାମ କରିବା ସହଜ ହେବ। କିନ୍ତୁ ପାର୍ଟିରେ ମଦ୍ୟପାନ ପାଇଁ ବାଧ୍ୟ କରିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ବରିଷ୍ଠ କର୍ମଚାରୀ କନିଷ୍ଠ କର୍ମଚାରୀଙ୍କୁ ମଦ୍ୟପାନ କରିବାକୁ ଡାକିଲେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ପଡ଼ିବ। ଯାହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନାହିଁ। କାରଣ ବସ୍‌ ଡାକିଲେ ମନା କରିବାର ସାହସ ନ ଥାଏ କର୍ମଚାରୀଙ୍କର। ଚାକିରି ଚାଲିଯିବାର ଭୟ ମଧ୍ୟ ରହିଥାଏ। କିନ୍ତୁ ଜାପାନରେ ଏହାର ଓଲଟା ଦେଖିବାକୁ ମିଳିବ। କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ସ୍ବତନ୍ତ୍ର ସ୍ବାଧୀନତା ଦିିଆଯାଇଛି। କାହାରି ଅନୁଶାସନରେ ଏଠାରେ କାମ ହୁଏ ନାହିଁ।

Share