କନିଷ୍ଠ ପ୍ରଶାସନରେ ସାମାନ୍ୟ ଅଦଳବଦଳ

ଭୁବନେଶ୍ୱର,୬-୯(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଶିଳ୍ପ ବିଭାଗ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ୍‌ ସେଣ୍ଟର (ଓସିଏସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ନିଯୁକ୍ତି ମିଳିଛି। କେନ୍ଦୁଝର କେଆଇପିର ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କୈଳାସ ଚନ୍ଦ୍ର ନାୟକଙ୍କୁ ଶ୍ରୀମନ୍ଦିର ସୁରକ୍ଷା ଜୋନ(ଆର ଏଣ୍ଡ ଆର) ଭୂଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ଭଦ୍ରକ ପିଡିଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ସମବାୟ ବିଭାଗ ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି। ସେହିପରି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଡିଓ ବୀରକିଶୋର ପାଣିଗ୍ରାହୀଙ୍କୁ ବାଲେଶ୍ୱର ଜିଲା ନୀଳଗିରି ଆଇଟିଡିଏର ପିଏ ଭାବେ ନିଯୁକ୍ତି ଦିଆଯାଇଛି।