କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣା: ପାଟଣାଗଡ଼ ବିଧାୟକଙ୍କୁ ଗିରଫ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୨।୬: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ ଦାବିରେ ଆଦିବାସୀ ସଂଘ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳ ଅଫିସ ଘେରାଉ କରାଯାଇଥିଲା। ଏହି ଘେରାଉ ବେଳେ ଉତ୍ତେଜନା ପ୍ରକାଶ ପାଇବା ସହ ଆଦିବାସୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ମାତ୍ର ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଆଦିବାସୀ କଲ୍ୟାଣ ସଂଘ ପ୍ରତିନିଧି ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ଗତ ୫ ତାରିଖରେ ବିଧାୟକ ସରୋଜ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଉକ୍ତ ଘଟଣା ପାଇଁ ବିଧାୟକ କ୍ଷମା ମଧ୍ୟ ମାଗିଥିଲେ।

Share