ଯାଜପୁର ଅଫିସ,୨୨ା୪: ବିନାନୁମତିରେ ଛୁଟିରେ ରହିବା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା କରିବା ଯୋଗୁ ସୁକିନ୍ଦା ତହସିଲର କନିଷ୍ଠ ରାଜସ୍ବ ସହାୟକ (ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ) ଅନିଲ କୁମାର ବାନାରାଙ୍କୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ବୁଧବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଓଡ଼ିଶା ସିଭିଲ ସର୍ଭିସ ଆଇନ ୧୯୬୨ ରୁଲ ୧୨ ଅନୁଯାୟୀ ବାନାରାଙ୍କୁ ନିଲମ୍ବନ ସହ ନିଲମ୍ବନ ସମୟରେ ତାଙ୍କର କାର୍ଯ୍ୟସ୍ଥଳ ଜିଲା କାର୍ଯ୍ୟାଳୟକୁ ବ୍ୟବସ୍ଥା କରାଯାଇଛି ବୋଲି ଜିଲା କାର୍ଯ୍ୟାଳୟର ସଂସ୍ଥା ଅଧିକାରୀ କାଜଲ ପ୍ରଧାନ ସୂଚନା ଦେଇଛନ୍ତି।