କନ୍ତୋଲରେ ବୋମାମାଡ଼, ଜଣେ ଗୁରୁତର

ଆଠଗଡ଼,୨୦।୧୨(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କନ୍ତୋଲ ବଉଳ ମଣ୍ଡପ ସାହିର ପ୍ରକାଶ କୁମାର ନାୟକଙ୍କ ଘର ଉପରେ ବୋମାମାଡ଼ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପ୍ରକାଶଙ୍କ ଘର ଉପରକୁ ଲଗାତର ୩ଟି ବୋମା ଫିଙ୍ଗିଥିଲେ। ଫଳରେ ପ୍ରକାଶଙ୍କ ପେଟ ଓ ତାଙ୍କ ପୁଅ ବବୁଲ୍‌ଙ୍କ ହାତରେ ଏହା ବାଜିଥିଲା। ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏବେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ବେଳେ ତଦନ୍ତ ଚାଲିଛି।

Share