Categories: ଜାତୀୟ

କନ୍ଦାଇଲାଣି ନୂଆ ମୋଟରଯାନ ନିୟମ: ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୯: ନୂଆ ମୋଟରଯାନ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ କାନ୍ଦିବାକୁ ପଡିଲାଣି। କାରଣ ଏବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବୁଧବାର ଗୁରୁଗ୍ରାମର ଜଣେ ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କା ଚାଲାଣ କଟାଯାଇଥିବା ଜଣାପଡିଛି। ତେବେ ଏହା କୌଣସି ନୂଆ ମାମଲା ନୁହେଁ। ଏହା ପୂର୍ବରୁ ଜଣେ ବାଇକ୍‌ ଚାଳକଙ୍କ ନାଁରେ ୨୩ ହଜାର ଟଙ୍କା ଚାଲାଣ କଟା ସରିଛି। ଯେଉଁଠି ତାଙ୍କ ଗାଡିର ଦାମ୍‌ ପ୍ରାୟ ୧୫ ହଜାର ଟଙ୍କା ରହିଥିଲା ସେଠାରେ ତାଙ୍କ ନାଁରେ ୨୩ ହଜାର ଟଙ୍କା ଚାଲାଣ କାଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Share