କନ୍ଦାଇଲାଣି ପିଆଜ ଦର: ଯୋଗାଣ ସଚିବ ଯିବେ ଦିଲ୍ଲୀ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- କନ୍ଦାଇଲାଣି ପିଆଜ। କିଲୋ ପିଛା ଦର ଏବେ ୫୫ ଛୁଇଁଥିବା ବେଳେ ଏହା ଆଗକୁ ଆହୁରୀ ବଢ଼ିପାରେ ବୋଲି କୁହାଯାଉଛି। ଏଣୁ ଉଭୟ ଖାଉଟି ଏବଂ ରାଜ୍ୟ ସରକାର ଚିନ୍ତାରେ। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପିଆଜ ଅଭାବ ଦୂର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ଯୋଗାଣ ସଚିବ ଦିଲ୍ଲୀ ଯାଇ ମନ୍ତ୍ରଣାଳୟ ସହ ଆଲୋଚନା କରିବା ପରେ ପଦକ୍ଷେପ ନିଆଯିବ ବୋଲି ଶୁକ୍ରବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ପିଆଜର ମାନ ଦେଖିବା ପରେ ତାହା ଅଣାଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ପିଆଜର ମାନ ଦେଖି ଅଣାଯିବାକୁ ଚେଷ୍ଟା କରାଯିବ। ଏଥିସହ ପିଆଜ କଳାବଜାରୀ ଦୂର କରିବାକୁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Share