କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ ରିଲିଜ୍‌ ହୋଇଥିବା ଏହାର ଏକ ଗୀତ ଏବେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ‘ରୁଲା ଦିୟା’ ଗୀତଟିକୁ ବଲିଉଡ୍‌ ଗାୟକ ଅଙ୍କିତ ତିଓ୍ବାରୀ ଓ ଭାନୁଶାଲୀ ଗାଇଥିବା ବେଳେ ଏହାକୁ ଟିସିରିଜ୍‌ ଦ୍ୱାରା ରିଲିଜ୍‌ କରାଯାଇଛି। ଏପର୍ଯ୍ୟନ୍ତ ଏହାକୁ ୪୨ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଏହାକୁ ଦେଖିବା ପରେ ଦର୍ଶକେ କହିଛନ୍ତି ସତରେ କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ। ଜନ୍‌ ଏଥିରେ ମୁଖ୍ୟ ଭୂମିକାରେ ଥିବା ବେଳେ ନିଖିଲ ଆଡଭାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Share