କନ୍ଦାଉଛି କରୋନାଭାଇରସରେ ପୀଡିତ ବୃଦ୍ଧ ଦମ୍ପତିଙ୍କ ଶେଷ ଗୁଡବାୟ ଭିଡିଓ

ବେଜିଂ,୪।୨: ସାରା ବିଶ୍ୱକୁ ଡରାଉଛି କରୋନାଭାଇରସ। ଚାଇନାରେ ଏବେ କରୋନାଭାଇରସରେ ୪୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରୁ ଊର୍ଦ୍ଧ୍ୱ ଲୋକ ଏବେ ଏଥିରେ ଆକ୍ରନ୍ତ ଅଛନ୍ତି। ଏହି କରୋନାଭାଇରସରେ ପୀଡିତ ଚାଇନାର ଏକ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଏହି ଦମ୍ପତି କରୋନାଭାଇରସରେ ପୀଡିତ ଥିବା ବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ଉଭୟେ ଶେଷଥର ପାଇଁ ପରସ୍ପରକୁ ଗୁଡବାୟ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଯାହା ଦେଖିବା ପରେ ଯେ କେହି କାନ୍ଦି ପକାଉଛନ୍ତି। ଇଣ୍ଟରନେଟରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ସୋସିଆଲ ମିଡିଆ ୟୁଜର ଏହି ଭିଡିଓକୁ ଅପଲୋଡ କରିବା ପରେ କ୍ୟାପଶନରେ ଲେଖିଛନ୍ତି, ଏକ ଯୋଡିର ଅର୍ଥ କ’ଣ ହୋଇପାରେ? ୮୦ ବର୍ଷ ବୟସରେ ୨ ବରିଷ୍ଠ ରୋଗୀ ଆଇସିୟୁରେ ଗୁଡବାୟ କହିବା, ହୁଏତ ଏହା ସେମାନଙ୍କର ଶେଷଥର ସାକ୍ଷାତ୍‌ ହୋଇଥାଇପାରେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Share