Categories: ପୁରୀ

କନ୍ଦାଖାଇ କଲେଜ ପକ୍ଷରୁ ସଫେଇ

କୃଷ୍ଣପ୍ରସାଦ,୬ା୮(ଡି.ଏନ.ଏ)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ କନ୍ଦାଖାଇ ବିଜ୍ଞାନ ଓ କଳା ମହାବିଦ୍ୟାଳୟର ଯୁକ୍ତ ୩ ଜାତୀୟ ସେବା ସଂସ୍ଥା ଏବଂ ଭାରତ ସ୍କାଉଟ୍‌ ଗାଇଡ୍‌ ମିଳିତ ଆନୁକୂଲ୍ୟରେ ସୋମବାର ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମାଲୁଦ, ପଞ୍ଚୁଦୋଳ ପଡିଆସ୍ଥିତ ପଞ୍ଚମୁଖୀ ହନୁମାନଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହାନନ୍ଦ ପଣ୍ଡା ଉଦ୍‌ଘାଟନ କରିଥିଲେ ା ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରାଧ୍ୟାପକ ଡ. ପ୍ରଭାତ କୁମାର ଆଚାର୍ଯ୍ୟ, ରୋଭର ଲିଡର ରମେଶ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ମନ୍ଦିର ପରିସରକୁୁ ଆବର୍ଜନାମୁକ୍ତ କରିଥିଲେ ା ଅଳିଆ, ଆବର୍ଜନା ପଡ଼ି ରହିଥିବା ଏହି ଅଞ୍ଚଳକୁ ପରିଷ୍କାର ରଖିବା ନିମନ୍ତେ ପ୍ରୋଗ୍ରାମ ଅଫିସର ଡ. ଆଚାର୍ଯ୍ୟଙ୍କ ଅନୁରୋଧକ୍ରମେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଛାତ୍ରୀଛାତ୍ରଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।