କନ୍ଧମାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ

ଫୁଲବାଣୀ ଅଫିସ, ୧୫ା୪- କରୋନା ଆକ୍ରାନ୍ତଙ୍କ ପାଇଁ କନ୍ଧମାଳ ଜିଲାରେ ପ୍ରଥମ କରି ମଙ୍ଗଳବାରଠାରୁ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ା ଜିଏନ୍‌ଏମ୍‌ କଲେଜ ପରିସରରେ ଖୋଲିଥିବା ଏହି ହସ୍ପିଟାଲରେ ୧୫୦ ଶଯ୍ୟା ଏବଂ ୧୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି। କିମ୍‌ସ ଏହି ହସ୍ପିଟାଲର ପରିଚାଳନା ଦାୟିତ୍ୱ ନେଇଛି ା କିମ୍‌ସର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ବାୟୋମେଡିକାଲ ଇଞ୍ଜିନିୟର, ଇଲେକ୍ଟ୍ରିକାଲ ଇଞ୍ଜିନିୟର, ହାଉସକିପିଂ ଏବଂ ଅନ୍ୟ କର୍ମଚାରୀଙ୍କୁ ମିଶାଇ ୫୦ରୁ ୬୦ ଜଣ ଏଥିରେ କାମ କରିବେ। ହସ୍ପିଟାଲର ସୁପରିଚାଳନା ପାଇଁ ରୋଗୀଙ୍କ ନମୁନା ସଂଗ୍ରହ, ପୃଥକୀକରଣ ସ୍ଥାନ, ବର୍ହି ବିଭାଗ, ଡାକ୍ତରଙ୍କ ପ୍ରକୋଷ୍ଠ, ସଙ୍ଗରୋଧ ୱାର୍ଡ, ଆଇସିୟୁ, ପୋଷାକ ପରିବର୍ତ୍ତନ ଗୃହ, ଔଷଧ ଭଣ୍ଡାର, କର୍ମଚାରୀ ଏବଂ ରୋଗୀଙ୍କ ପାଇଁ ପୃଥକ ପରିଶ୍ରାଗାର ଏବଂ ପାନୀୟ ଜଳର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ା ସେହିପରି ବ୍ୟାପକ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବାର ସୁବିଧା କରାଯାଇଛି ା ଆମ୍ବୁଲାନ୍ସ, ୩ଟି ଇନୋଭା କାର, ୨୪ ଘଣ୍ଟିଆ ବିଜୁଳି ବ୍ୟାକଅପ୍‌ ବ୍ୟବସ୍ଥା କରାଯାଇଛି ା କିମ୍‌ସର ଡେପୁଟି ରେଜିଷ୍ଟ୍ରାର ଦିଲୀପ ପଣ୍ଡା ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। କୋଭିଡ୍‌ ହସ୍ପିଟାଲ ଶୁଭାରମ୍ଭ ବେଳେ ଜିଲାପାଳ ଡା. ବୃନ୍ଦା ଡି, ଏସ୍‌ପି ପ୍ରତିକ ଗୀତା ସିଂ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଆଇଏଏସ୍‌ ପ୍ରେବେଶନର ଡା.ଶୁଭଙ୍କର ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡା ରାଜ୍ୟଶ୍ରୀ ପଟ୍ଟନାୟକ, ଏମ୍‌ପି ପ୍ରତିନିଧି ଦେବେନ୍ଦ୍ର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ା

Share