କନ୍ଧମାଳରେ ଦଣ୍ଡ ଯାତ୍ରାକୁ ମିଳିଲା ଅନୁମତି: ବୌଦ୍ଧରେ କେବେ ?

ବାଉଁଶୁଣୀ,୨୮।୩( ଡି.ଏନ୍‌. ଏ.): ଗଞ୍ଜାମ ପରେ କନ୍ଧମାଳ ଜିଲାପାଳ ଦଣ୍ଡଯାତ୍ରାକୁ ଅନୁମତି ମିଳିଛି। ତେବେ ବୌଦ୍ଧରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏ ନେଇ କେବେ ଅନୁମତି ଦେବେ ସେଥିପାଇଁ ଦଣ୍ଡ ଯାତ୍ରା ପାର୍ଟିର ଆୟୋଜକ, ଦଣ୍ଡୁଆ ଓ ଭକ୍ତମାନେ ଚାତକ ପରି ଅପେକ୍ଷା କରି ରହିଛନ୍ତି। ଜିଲାରେ ଦଣ୍ଡ ଯାତ୍ରାକୁ ଅନୁମତି ଦେବା ପାଇଁ ଜିଲାପାଳଙ୍କୁ ଜନ ଅଧିକାର ସୁରକ୍ଷା ମଞ୍ଚ ମାର୍ଚ୍ଚ ୨୦ ତାରିଖରେ ଲିଖିତ ଭାବେ ଅନୁରୋଧ କରିଥିଲେ ମଧ୍ୟ ତାହା ଉପରେ ଜିଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି l ଦଣ୍ଡକୁ ଅନୁମତି ଦେବା ଦାବିରେ ଆୟୋଜକମାନେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା l
ଶନିବାର କନ୍ଧମାଳ ଜିଲାପାଳ ଦଣ୍ଡ ଯାତ୍ରା ଆୟୋଜନ ପାଇଁ ସର୍ତ୍ତଭିତ୍ତିକ ଅନୁମତି ପ୍ରଦାନ କରିବା ପରେ ଦିନେ ଦୁଇ ଦିନ ମଧ୍ୟରେ ବୌଦ୍ଧ ଜିଲାପାଳ ମଧ୍ୟ ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଜନସାଧାରଣରେ ଆଶା ରଖିଛନ୍ତି।

Share