କନ୍ଧମାଳରେ ପୁଣି ଲଜ୍ଜା :୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ବାଲିଗୁଡା,୨ା୧୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ୪ ବର୍ଷର ଶିଶୁକନ୍ୟାଙ୍କୁ ଗୁରୁବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ବାଲିଗୁଡା ଥାନାରେ ଅଭିଯୋଗ ପରେ ପୋଲିସ ନଂ.୧୪୮/୧୯ରେ ଏକ ମାମଲା ରୁଜୁ କରି ଜଣେ ନାବାଳକ (୧୪)ଙ୍କୁ ଶୁକ୍ରବାର ବାଳସୁଧାର ଗୃହକୁ ପଠାଇଛି।
ସୂଚନା ପ୍ରକାରେ, ଶିଶୁକନ୍ୟା ଜଣକ ଗୁରୁବାର ଘର ପାଖରେ ଖେଳୁଥିଲେ। ନାବାଳକ ଜଣକ ତାଙ୍କୁ ନିକଟରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ଏନେଇ ନାବାଳିକା ଘରେ ଜଣାଇବା ପରେ ଅପରାହ୍ନରେ ଘଟଣା ସମ୍ପର୍କରେ ପରିବାର ଲୋକେ ବାଲିଗୁଡା ଥାନାରେ ଏତଲା ଦେଇଥିଲେ। ପୋଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଇବାପରେ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ନାବାଳଙ୍କୁ ଧରି ଫୁଲବାଣୀ ଜୁଭେନାଇଲ କୋର୍ଟରେ ହାଜର କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Share