Categories: ଗଞ୍ଜାମ

କନ୍ଧମାଳରେ ବିଜେଡିର ବାଜିମାତ୍‌

ଫୁଲବାଣୀ ଅଫିସ/ଜି.ଉଦୟଗିରି, ୨୪ା୫(ଡି.ଏନ.ଏ.) -ନ୍ଧମାଳ ଜିଲାରେ ବିଜେଡି ବହୁ ଭୋଟ ବ୍ୟବଧାନରେ ୩ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ଅକ୍ତିଆର କରିଛି। ଲୋକ ସଭାରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଭାଜପା ପ୍ରାର୍ଥୀ ମହାମେଘ ବାହାନ ଐରଖାରବେଳ ସ୍ବାଇଁଙ୍କୁ ହରାଇ ବାଜି ମାରିଛନ୍ତି। ସେହିପରି ଫୁଲବାଣୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ଅଙ୍ଗଦ କହଁର, ଜି.ଉଦୟଗିରି ବିଧାନସଭାରେ ସାଲୁଗା ପ୍ରଧାନ ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଚକ୍ରମଣୀ କହଁର ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
କନ୍ଧମାଳ ଲୋକସଭାକୁ ବିଜେଡି ଗତ ୨୦୦୪ ସାଧାରଣ ନିର୍ବାଚନ ପରଠାରୁ ନିଜ ଅକ୍ତିଆରରେ ରଖିଛି। ୨୦୦୪ରେ ସୁଗ୍ରୀବ ସିଂ, ୨୦୦୯ରେ ରୁଦ୍ରମାଧବ ରାୟ, ୨୦୧୪ରେ ହେମେନ୍ଦ୍ର ସିଂ ଏବଂ ତାଙ୍କ ମୃତ୍ୟୁପରେ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପ ନିର୍ବାଚନରେ ବହୁଭୋଟ ବ୍ୟବଧାନରେ ଜିତିଥିଲେ। ସେହି ଧାରାକୁ ବିଜେଡି ଚଳିତ ନିର୍ବାଚନରେ ମଧ୍ୟ ବଜାର ରଖିବାରେ ସକ୍ଷମ ହୋଇଛି। ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଭାଜପାର ଖାରାବେଳ ସ୍ବାଇଁଙ୍କୁ
ହରାଇ ନିର୍ବାଚନ ଜିତିଛନ୍ତି।
ଫୁଲବାଣୀ ବିଧାନସଭା କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ା ୨୦୦୦ ସାଧାରଣ ନିର୍ବାଚନରୁ ବିଜେଡି ଏଠାରେ ଜିତି ଆସୁଥିବା ବେଳେ ପୁଣି ସେହି ଧାରା ବଜାୟ ରଖିଛି। ଚଳିତ ଥର ମଧ୍ୟ ଅଧିକ ଭୋଟ ପରିମାଣରେ ଦଳ ବିଜୟୀ ହୋଇଛି। ଅଙ୍ଗଦ କହଁର ଭାଜପାର ଦେବନାରାୟଣ ପ୍ରଧାନଙ୍କୁ ୨୪ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ହରାଇଛନ୍ତି।
ଗତ ନିର୍ବାଚନରେ ବିଜେଡି ଜିତିଥିବା ବେଳେ ପୁଣି ଏଥର ମାଜିମାତ କରିଛି ା ପ୍ରାର୍ଥି ଚକ୍ରମଣୀ କହଁର କଂଗ୍ରେସର ସିମନ ମଲ୍ଲିକଙ୍କୁ ୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ପୂର୍ବରୁ ୨ଥର ବିଧାୟକ ହୋଇଥିବା ଭାଜପାର କରେନ୍ଦ୍ର ମାଝିଙ୍କୁ ଏଥର ପୁଣି ପରାଜୟର ସ୍ବାଦ ଚାଖିବାକୁ ପଡିଛି ା
ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡି ଏବଂ ଭାଜପା ମଧ୍ୟରେ କଡ୍ଡା ଟକ୍କର ହୋଇଛି ା ହେଲେ ଶେଷରେ ବିଜେଡି ୬ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଏହି ଆସନକୁ ନିଜ ଅକ୍ତିଆରକୁ ନେଇଛି ା ବିଜେଡି ପ୍ରାର୍ଥି ସାଲୁଗା ପ୍ରଧାନ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ହରାଇ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।