Advertisement
Categories: କନ୍ଧମାଳ

କନ୍ଧମାଳ ଜିଲାପାଳଙ୍କ ଶ୍ରାନିକେତା ଗସ୍ତବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟର ସ୍ଥିତି ପରଖିଲେ

ଦାରିଙ୍ଗବାଡ଼ି,୨।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳକୁ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଅଚାନକ ଗସ୍ତ କରିଛନ୍ତି। ସେ ପ୍ରଥମେ ଶ୍ରାନିକେତା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେଠାରେ କେହି କର୍ମଚାରୀ ନଥିବା ଜାଣି ଉଦ୍‌ବେଗ ପ୍ରକାଶ କରିବା ସହ ଚାଲିଥିବା ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ କାର୍ଯ୍ୟ କିଭଳି ଚାଲିଛି ତାହା ଉପସ୍ଥିତି ଲୋକଙ୍କ ପଚାରିବୁଝିଥିଲେ। ପରେ ସେ ଉକ୍ତ ପଞ୍ଚାୟତର ସୁଲୁମାହା ବିଦ୍ୟାଳୟକୁ ଯାଇ ସେଠାକାର ମଧ୍ୟାହ୍ନଭୋଜନ ରୋଷେଇ ଏବଂ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସେହିପରି ଛାତ୍ରୀଛାତ୍ରଙ୍କ ପାଠପଢା ସମ୍ପର୍କରେ ଆଲୋଚନା କରିବା ସହ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ସେ ବିଦ୍ୟାଳୟ ସମ୍ମୁଖରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଖଲି ସିଲେଇ କେନ୍ଦ୍ର ବୁଲି ଦେଖିବା ସହ ମହିଳା ମାନଙ୍କଦ୍ୱାରା ସଂଗ୍ରହ ଏବଂ ପ୍ରସ୍ତୁତ କରାଯାଉଥିବା ଅଁଳା, ହରିଡ଼ା, ବାହାଡ଼ାର ପ୍ରସ୍ତୁତୀ ଦେଖିବା ସହ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଫୁଲବାଣୀ ଫେରିଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel