Categories: ଖେଳ

କନ୍ଧମାଳ, ଯାଜପୁର ଚାମ୍ପିୟନ

ଭୁବନେଶ୍ୱର, ୧୬ା୧୨ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ସିଟି କ୍ଲବ ନୟାପଲ୍ଲୀ ଏବଂ ଓଡ଼ିଶା ଫୁଟ୍‌ଭଲି ଆସୋସିଏଶନ ଆନୁକୂଲ୍ୟରେ ମମତାଜ ଅଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨ୟ ବାର୍ଷିକ ଫୁଟ୍‌ଭଲି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମହିଳା ବିଭାଗ ଫାଇନାଲରେ ଯାଜପୁର ୧୫-୮, ୧୫-୯ରେ କଟକକୁ ହରାଇ ଚାମ୍ପିୟନ ହୋଇଛି। ସେହିପରି ପୁରୁଷ ବିଭାଗରେ କନ୍ଧମାଳ ୧୫-୧୨, ୧୫-୫ ପଏଣ୍ଟରେ ଢେଙ୍କାନାଳକୁୁ ପରାସ୍ତ କରି ଚାମ୍ପିୟନ ହୋଇଛି। ପୁରୁଷ ବିଭାଗରେ ରୁପାନ୍ତ ଦେହୁରୀ (କନ୍ଧମାଳ)ଏବଂ ମହିଳା ବିଭାଗରେ ଶାନ୍ତି ଭୋଇ(ଯାଜପୁର) ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। କଟକର ମୋନାଲିସା ନାୟକ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ସାମାଜିକ କର୍ମୀ ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ନଟବର ସାମନ୍ତରାୟ, ଦିବାକର ଜେନା, ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ଦାସ, ସୌର୍ଯ୍ୟ ରଞ୍ଜନ ପରିଜା, ଫୁଟ୍‌ଭଲି ଆସୋସିଏଶନର ସଭାପତି ଦିଲୀପ କୁମାର ପ୍ରଧାନ, ସମ୍ପାଦକ ପ୍ରସନ୍ନ ରାଉତ କ୍ରୀଡ଼ା ସଂଗଠକ ସହଦେବ ରାଉତ, ଭାଗ୍ୟଧର ଜଗଦେବ, କୋଚ୍‌ ନନ୍ଦକିଶୋର ପଟ୍ଟନାୟକ, ସମରେନ୍ଦ୍ର ଜେନା, ମହିଳା ଫୁଟ୍‌ବଲର ସମ୍ପାଦିକା ସଙ୍ଗୀତା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

Share