କନ୍ଧମାଳ ସାଂସ୍କୃତିକ ଦଳର ପଶ୍ଚିମବଙ୍ଗ ଯାତ୍ରା

ଫୁଲବାଣୀ ଅଫିସ,୧୫ା୧-ପଶ୍ଚିମବଙ୍ଗରେ ୧୨ତମ ଆଦିବାସୀ ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ବରିଡ଼ିକିଆ ଗ୍ରାମର ଲଳିତା ବିଶାଖା ସାଂସ୍କୃତିକ ଦଳ ପଶ୍ଚିମବଙ୍ଗ ଗସ୍ତ କରିଛି। ନେହେରୁ ଯୁବକେନ୍ଦ୍ରର କମଳ ଲୋଚନ ଦେହୁରୀ, ସିଆର୍‌ପିଏଫ୍‌ ଯବାନ ବିକାଶ ପଣ୍ଡା ଏବଂ ଆର୍‌.ଏନ୍‌. ଗାରିଙ୍କ ନେତୃତ୍ୱରେ ଯାଇଥିବା ଉକ୍ତ ଟିମ୍‌ରେ ୨୨ ଜଣ ସଦସ୍ୟ ଅଛନ୍ତି। ନେହେରୁ ଯୁବକେନ୍ଦ୍ର କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ସତ୍ୟବାନ ଦଳବେହେରା, ଜିଲା କ୍ରୀଡ଼ା ଅଧିକାରୀ ଓ ଅନ୍ୟମାନେ ସାଂସ୍କୃତିକ ଦଳର ଗସ୍ତ ସମୟରେ ଉପସ୍ଥିତ ଥିଲେ।

Share