କନ୍ଧୁଣୀଦେବୀ ମହୋତ୍ସବ ଉଦ୍‌ଯାପିତ

ସୋରଡା,୨୧ା୯(ଡି.ଏନ୍‌.ଏ.)- ଗଞ୍ଜାମ ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଥିଲେ, ଏହି ଅଞ୍ଚଳ ହେଉଛି କଳା ଓ ସଂସ୍କୃତିର ଅଞ୍ଚଳ। ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଭରପୁର ଅନୁଦାନ ପ୍ରଦାନ କରିଛନ୍ତି। ଆଗକୁ ମଧ୍ୟ ଏହିପରି ବିକାଶ ଜାରି ରହିବ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ବେହେରା, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ଶେଷ ସନ୍ଧ୍ୟାରେ ସମ୍ବଲପୁରୀ, ଓଡ଼ିଶୀ, ଗୋଟିପୁଅ, ଛଉନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସ୍ମାଇଲ୍‌ କ୍ଲବ ତରଫରୁ ଜଗଦୀଶ ଦୋରା, ଜଗା ପାଟ୍ଟଯୋଶୀଙ୍କ ତତ୍ତ୍ୱାବଧାନରେ ଏବଂ କନ୍ଧୁଣୀଦେବୀ ସେବା ସଂଘର ପିଣ୍ଟୁ କର, ରାଜା ଦାଶଙ୍କ ଦ୍ୱାରା ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଥିଲା।
((((ଫଟୋ—-ମଞ୍ଚାସିନ ଅତିଥିମାନେ।

Share