Categories: ଫୁରସତ

କନ୍ୟାକୁ କୋଳରେ ଧରି ଫେରା ନିଅନ୍ତି ବର…

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାହ ନେଇ ରହିଛି ବହୁ ପରମ୍ପରା। ବିବାହ ପରେ କନ୍ୟା ବର ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥାନ୍ତି । ତେବେ ରାଜସ୍ଥାନରେ ବାସ କରୁଥିବା ଶ୍ରୀମାଲି ସମ୍ପ୍ରଦାୟରେ ଫେରା ସମୟରେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପଟେ ପ୍ରଦିକ୍ଷଣ କରିଥାନ୍ତି । ପୁରାଣରେ ଉଲ୍ଲେଖ ରହିଛି ଯେ, ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ଶିଶୁପାଳ ବିଘ୍ନ ସୃଷ୍ଟି ପାଇଁ ଆସିଥିଲେ। ଫଳରେ ତାଙ୍କୁ ବଧ କରିବାକୁ ଶ୍ରୀକୃଷ୍ଣ ବିବାହ ଅଧାରୁ ଯାଇଥିଲେ। ଫଳରେ ରାତି ବିତି ଯାଇଥିଲା। ପରେ ଶ୍ରୀକୃଷ୍ଣ ସକାଳେ ରୁକ୍ମିଣୀଙ୍କୁ କୋଳରେ ଧରି ୪ ଥର ଅଗ୍ନିଙ୍କୁ କରିଥିଲେ ପ୍ରଦିକ୍ଷଣ। ଏହା ଦ୍ୱାରା ବିବାହରେ ସାତଫେରା ବଦଳରେ ହୋଇଥିଲା ଆଠଫେରା। ସେବେଠାରୁ ଶ୍ରୀମାଲି ସମାଜରେ କନ୍ୟାକୁ କୋଳରେ ଧରି ସାତଫେରା ନେବା ବଦଳରେ ଆଠ ଫେରା ନେବା ପରମ୍ପରା ପ୍ରଚଳିତ ରହିଛି। ଶ୍ରୀମାଲି ସମାଜର ଏହି ବିବାହ ଉତ୍ସବରେ ଅବିବାହିତ ଯୁବତୀ ଯୁବକମାନେ ଅଧିକ ସଂଖ୍ୟାରେ ଯୋଗଦେଇ ବେଦୀ ଚାରିପଟେ ପଡ଼ିଥିବା ଅରୁଆ ଚାଉଳକୁ ପ୍ରସାଦ ଭାବେ ସେବନ କରିଥାନ୍ତି। ଏପରି କରିବା ଦ୍ୱାରା ସେମାନଙ୍କର ବିବାହ ଶୀଘ୍ର ହୋଇଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି।

Share