Categories: ଜାତୀୟ

କନ୍ୟାବର ବିବାହରେ ପିଆଜ ଏବଂ ରସୁଣ ମାଳ କଲେ ଅଦଳବଦଳ

ବାରାଣସୀ,୧୪।୧୨: ବିବାହରେ କନ୍ୟାବର ଫୁଲ ମାଳ ଅଦଳବଦଳ କରି ପରସ୍ପରକୁ ବରଣ କରିଥାନ୍ତି। ତେବେ ଉତ୍ତରପ୍ରଦେଶ ବାରାଣସୀରେ କନ୍ୟାବର ଜୟମାଳା ପରମ୍ପରା ସମୟରେ ପରସ୍ପରକୁ ପିଆଜ ଏବଂ ରସୁଣ ମାଳା ଅଦଳ ବଦଳ କରିଛନ୍ତି। ସେହିପରି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ଅତିଥି କନ୍ୟାବରଙ୍କୁ ପିଆଜ ଓ ରସୁଣ ଉପହାର ଦେଇଛନ୍ତି। ପିଆଜ ଏବଂ ରସୁଣ ଦାମ ବଢ଼ିଥିବାରୁ ଏଭଳି କରାଯାଇଥିବା କୁହାଯାଉଛି। ବାରାଣାସୀରେ ପିଆଜ ଦାମ କିଲୋପିଛା ୧୨୦ ଟଙ୍କା ଥିବାବେଳେ ରସୁଣ ଦାମ ୨ଶହ ଟଙ୍କା ରହିଛି। ଏହାଦ୍ୱାରା ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ତେଣୁ ପ୍ରତିବାଦ ଜଣାଇବା ପାଇଁ ଏପରି କରାଯାଇଛି। ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share