Categories: ଜାତୀୟ

କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଲେ

ହାଇଦ୍ରାବାଦ,୧୨।୯: ହାଇଦ୍ରାବାଦ୍‌ର ଚାର୍‌ମିନାର୍‌ରେ ଜଣେ ପୋଲିସ୍‌ କନଷ୍ଟେବଳ ନିଜ ପାଇଁ କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଇଛନ୍ତି। କନଷ୍ଟେବଳ ଚାକିରି ଯୋଗୁ ତାଙ୍କୁ ଝିଅ ମିଳିବାରେ ବିଳମ୍ବ ହେଉଥିଲା। ଏଥିପାଇଁ ମୁଁ ଚାକିରି ଛାଡିଦେଲି ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି। ସୂଚନାଯୋଗ୍ୟ, ସିଦ୍ଦାନ୍ତି ପ୍ରତାପ ନାମକ ଜଣେ ଯୁବକ ୨୦୧୪ରେ କନଷ୍ଟେବଳ ଚାକିରି ପାଇଥିଲେ। ଏହାପରେ ବିବାହ ପାଇଁ ତାଙ୍କ ପରିବାର ଲୋକେ ଝିଅ ଖୋଜିବା ଆରମ୍ଭ କରିଥିଲେ। କନଷ୍ଟେବଳ ଚାକିରି ଦେଖି ତାଙ୍କୁ ବିବାହ କରିବାକୁ ଝିଅ ଘର ରାଜି ହେଉ ନ ଥିଲେ। ଏଥିରେ ବିରକ୍ତି ପ୍ରକାଶ କରି ପ୍ରତାପ ହାଇଦ୍ରାବାଦ ପୋଲିସ କମିଶନରଙ୍କୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ପିଲାଦିନେ ପୋଲିସ ଚାକିରି କରିବାକୁ ଇଚ୍ଛା ଥିବାରୁ ମୁଁ ଇଞ୍ଜିନୟରିଂ ପାସ୍‌ କରିଥିବା ସତ୍ତ୍ୱେ କନଷ୍ଟେବଳ ଚାକିରି କରିଥିଲି। କିନ୍ତୁ ଏବେ ଚାଡିବାକୁ ବାଧ୍ୟ ହେଲି ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି।

Share