Categories: ଜାତୀୟ

କନ୍ୟା ଦିବସ: ଦେଶରେ ୨ କୋଟି ୧୦ ଲକ୍ଷ ଅନାକାଂକ୍ଷିତ ଶିଶୁ କନ୍ୟା

ନୂଆଦିଲ୍ଲୀ, ୨୨।୯: ପ୍ରତି ବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ଭାରତରେ କନ୍ୟା ଦିବସ ପାଳନ କରାଯାଇଥାଏ। କନ୍ୟା ଶିଶୁଙ୍କୁ ନେଇ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଇଥାଏ। ତେବେ ମାତାପିତା ଏବେ ବି ଶିଶୁପୁତ୍ରର ଆକାଂକ୍ଷା ରଖୁଥିବା ୨୦୧୭-୧୮ ଆର୍ଥିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ସମ୍ପ୍ରତି ଦେଶରେ ୨ କୋଟି ୧୦ ଲକ୍ଷ ଅନାକାଂକ୍ଷିତ ଶିଶୁ କନ୍ୟା ରହିଥିବା ଏହି ରିପୋର୍ଟ ଦର୍ଶାଯାଇଛି। ଏହି ରିପୋର୍ଟ ଏସ୍‌ଏଲ୍‌ଆର୍‌ସି ତଥ୍ୟ ଆଧାରରେ ପ୍ରକାଶ ପାଇଛି। ମାତାପିତାଙ୍କ ଅନିଛା ସତ୍ତ୍ୱେ ଏହି ଶିଶୁ କନ୍ୟାମାନେ ଜନ୍ମ ନେଇଥିବା ରିପୋର୍ଟରେ ଦର୍ଶାଯାଇଛି। ପୁଅ ଆଶାରେ ମାତାପିତା ଏଭଳି କନ୍ୟାଙ୍କୁ ଜନ୍ମ ଦେବାକୁ ବାଧ୍ୟ ହୋଇଛନ୍ତି। ପୁଅ ଜନ୍ମ ପରେ ଏଭଳି ପରିବାରରେ ଆଉ ସନ୍ତାନ ଜନ୍ମ ହୋଇ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share