କନ୍ୟା ସନ୍ତାନର ବାପା ହେଲେ ଜୟ ଭାନୁଶାଳୀ

ଛୋଟ ପରଦାର ଚର୍ଚ୍ଚିତ କଳାକାର ଜୟ ଭାନୁଶାଳୀ ବାପା ହୋଇଛନ୍ତି। ସ୍ତ୍ରୀ ମାହି ବିଜ ବୁଧବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମାହି ଏବଂ ଜୟ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇବା ସହ ଝିଅର ଏକ ଫଟୋ ମଧ୍ୟ ଶୋୟାର କରିଛନ୍ତି। ଫଟୋରେ ଜୟ ଝିଅର ଗୋଡ଼କୁ ଗେଲ କରୁଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ‘ଟ୍ବିଙ୍କଲ ଟ୍ବିଙ୍କଲ ଲିଟିଲ ଷ୍ଟାର’ ଲେଖା ହୋଇଥିବା ବେଳେ ଝିଅ ହୋଇଥିବାରୁ ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମାହି-ଜୟଙ୍କ ବିବାହର ୮ ବର୍ଷ ପରେ ତାଙ୍କର ଏହି କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହି ଯୋଡି ୨୦୧୭ରେ ନିଜ ହେଲ୍ପରଙ୍କ ୨ ପିଲାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିଲେ। ୫ବର୍ଷର ଝିଅ ଖୁସୀ ଏବଂ ୩ ବର୍ଷର ପୁଅ ରାଜଭିର ନିଜ ମା’, ବାପାଙ୍କ ପାଖରେ ରହୁଛନ୍ତି। ମାତ୍ର ଜୟ-ମାହି ସେମାନଙ୍କର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି।

Share