କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ୭୪ ସପ୍ତାହ ବଢ଼ିଯାଇଥାଏ। ଏନେଇ ପୋଲାଣ୍ଡର ଜେଗିଲୋନିୟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମୋଟ ୪୩୧୦ ଲୋକଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨୧୪୭ ମାତା ଏବଂ ୨୧୬୩ ପିତା ଥିଲେ। ତେବେ ଏହା ଉପରେ ଅଧିକ ଗବେଷଣା ଜାରି ରହିଛି।