Categories: ଖେଳ

କନ୍‌ଟାକ୍ଟ ଲେନ୍ସ ହଜି ଯିବାରୁ ଗୋଟିଏ ଆଖିରେ ଖେଳିଲେ ଗୋଲକିପର

ଲଣ୍ଡନ,୨।୧୨- ବୁଣ୍ଡେସ୍‌ଲିଗା ଚାମ୍ପିୟନ ବାୟର୍ନ ମ୍ୟୁନିକକୁ ୧-୨ ଗୋଲରେ ହରାଇଥିବା ବାୟର ଲେଭରକୁସେନ ଦଳ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଗୋଲକିପର ଲୁକାସ ହରାଡେକି। ୟୁନାଇଟେଡ ଦଳ ପାଇଁ ଲିଓନ ବେଲି ୨୪ତମ ମିନିଟ୍‌ ଗୋଲ ଦେଇ ମ୍ୟାଚ୍‌ରେ ଅଗ୍ରଣୀ ହାସଲ କରିଥିଲେ। ଠିକ୍‌ ୧୦ ମିନିଟ୍‌ ପରେ ଥୋମାସ ମୁଲର ସ୍କୋର ଲାଇନକୁ ବରାବର କରିଥିଲେ। ଏଥିରେ ତ୍ରୁଟି କରିଥିଲେ ମାଞ୍ଚେଷ୍ଟର ଗୋଲକିପର ହରାଡେକ। ତାଙ୍କର କନଟାକ୍ଟ ଲେନ୍ସ ହଜି ଯିବାରୁ ସେ ଗୋଟିଏ ଆଖିରେ ସ୍ପଷ୍ଟ ଦେଖି ପାରୁଥିଲେ। ମୋ କନଟାକ୍ଟ ଲେନ୍ସ ହଜି ଯାଇଥିଲା। ପ୍ରଥମାର୍ଦ୍ଧରେ ଅନ୍ତିମ ୨୦ ମିନିଟ୍‌ ମୁଁ ସବୁକିଛି ଝାପ୍ସା ଦେଖା ଯାଉଥିଲା। ଏଣୁ ଗୋଟିଏ ଆଖିରେ ଖେଳିଥିଲି ବୋଲି ହରାଡେକି କହିଛନ୍ତି। ଦ୍ୱିତୀୟାର୍ଦ୍ଧରେ ଲେନ୍ସ ବ୍ୟବହାର କରିବା ପରେ ସେ ପ୍ରତିପକ୍ଷ ଦଳର ୧୦ ଶଟ୍‌ ରୋକି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ମ୍ୟାଚ୍‌ର ୮୧ତମ ମିନିଟ୍‌ରେ ଜୋଥାଥନଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।

Share