କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ ଦିଅଁମାନେ ରନତ୍ବେଦିକୁ ବିଜେ କରିଥିଲେ। ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା। ପୂଜକ ପଦ୍ମନାଭ ପଣ୍ଡା, ଅନାମ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ମନ୍ଦିର କମିଟିର ସଦସ୍ୟମାନେ ଉତ୍ସବ ପରିଚାଳନା କରିଥିଲେ। ସେହିପରି ଆଗରପଡା ମାଧବଜୀଉ ମନ୍ଦିର, ବନ୍ତସ୍ଥିତ ଜଗନ୍ନାଥ ମନ୍ଦିରରେ ନେତ୍ରୋସତ୍ବ ଅନୁଷ୍ଠିତ ହୋଇଥିଲା। ଏସବୁ ମନ୍ଦିରରେ ବହୁ ଭକ୍ତଙ୍କ ଭିଡ ଜମିଥିଲା। ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରି ଦିଅଁମାନେ ଜ୍ୱରରେ ପୀଡିତ ହେବାରୁ ଅଣସରରେ ରହିଥିଲେ।

Share