Categories: ରାଜ୍ୟ

କପାଷ୍ଟିକିରୀ ଗଁ।ରେ ହାତୀ ଆତଙ୍କ

ଛତିଆ,୧୨ା୭(ଡି.ଏନ.ଏ.): ବୈରୀ ଥାନା ଅନ୍ତଗର୍ର୍ତ ବନ୍ତଳା ପଞ୍ଚାୟତର କପାଷ୍ଟିକିରୀ ଗ୍ରାମ ମଧ୍ୟରେ ଗୁରୁବାର ରାତିରେ ଜଙ୍ଗଲୀ ଦନ୍ତା ହାତୀ ପଶି ଶତୃଘ୍ନ ମଲ୍ଲିକଙ୍କ ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଘରେ ଥିବା ୨ ବସ୍ତା ଧାନ ନଷ୍ଟ କରିଦେଇଛି। ଲୋକେ ପାଟି କରିବାରୁ ରମେଶ ବରାଳଙ୍କ ଘରେ ପଶି ଧାନ ନେଉଥିବାବେଳେ ଲୋକେ ଓ ଜଙ୍ଗଲ ବିଭାଗ ପାଟି କରି ଘଉଡାଇଥିଲେ। ରାତିରେ ପାରିଆ ପଞ୍ଚାୟତର ବରୁଣିଆ ଗ୍ରାମରେ ଭାସ୍କର ଓଝାଙ୍କ ଘର ଭାଙ୍ଗିବା ସହ ଏକ ଅରୁଆ ଚାଉଳ ଭର୍ତ୍ତି ଥରିଆକୁ ନେଇ ଜଙ୍ଗଲ ମଧ୍ୟକୁ ପଳାଇଥିଲା। ପୂର୍ବରୁ ଏପରି ହେଉଥିବାବେଳେ କିଛିଦିନ ପରେ ପୁନଶ୍ଚ ଗୁରୁବାର ଡାଳିଯୋଡା ଅଞ୍ଚଳକୁ ଫେରି ଉତ୍ପାତ ଆରମ୍ଭ କରିଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

Share