କପିଲଙ୍କ ପ୍ରଥମ ପାରିଶ୍ରମିକ ଥିଲା ୧୫ଶହ ଟଙ୍କା, ଏବେ ସଲମାନ ତାଙ୍କ ଶୋ’ର ପ୍ରଯୋଜକ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଟେଲି ଜଗତର ଜଣେ ଲୋକପ୍ରିୟ ଚେହେରା। ନିଜର ସହକର୍ମୀ ସୁନିଲ ଗ୍ରୋଭରଙ୍କ ସହ ହୋଇଥିବା ମନୋମାଳିନ୍ୟକୁ ନେଇ ଭାଙ୍ଗି ପଡ଼ିଥିବା କପିଲ ଏବେ ପୁଣି ଫର୍ମକୁ ଫେରିଛନ୍ତି। ସୋନି ଚ୍ୟାନେଲ୍‌ରେ ପ୍ରସାରିତ ଶୋ’ କମେଡି ନାଇଟ୍ସ ଉଇଥ୍‌ କପିଲ ଲାଗି ସେ ମୋଟା ଅଙ୍କର ପାଉଣା ମଧ୍ୟ ନେଉଛନ୍ତି। ଏପରିସ୍ଥଳେ ସେ ଶନିବାର ପ୍ରସାରିତ ହୋଇଥିବା ଏପିସୋଡରେ ନିଜର ପ୍ରଥମ ପାରିଶ୍ରମିକ ବିଷୟରେ ଖୁଲାସା କରିଛନ୍ତି। ଯାହା ଏବେ ଚର୍ଚ୍ଚାରେ।
ବର୍ତ୍ତମାନ ସମୟରେ କପିଲଙ୍କ ଶୋ’କୁ ଦବଙ୍ଗ ଖାନ୍‌ ସଲମାନ ପ୍ରଯୋଜନା କରୁଥିବା ବେଳେ ସେ ଗୋଟିଏ ଏପିସୋଡ୍‌ ଲାଗି ଅନ୍ୟ ସମସ୍ତ ସହ କଳାକାରଙ୍କଠାରୁ ଅଧିକ ଫିସ୍‌ ନେଉଛନ୍ତି। ହେଲେ ତାଙ୍କର ପ୍ରଥମ ପାରିଶ୍ରମିକ ଥିଲା ମାତ୍ର ୧୫ଶହ ଟଙ୍କା। ସେତେବେଳେ ସେ ଏକ କାରଖାନାରେ କାମ କରୁଥିଲେ, ଯେଉଁଠାରେ ଲୁଗାରେ ରଙ୍ଗ ଦିଆଯାଉଥିଲା। ତେବେ କପିଲଙ୍କଠାରୁ ଏଭଳି କଥା ଶୁଣି ଶୋ’ରେ ବିଚାରପତି ଆସନରେ ବସିଥିବା ଅର୍ଚ୍ଚନା ପୁରନ ସିଂ ‘ଏବେ ସେ ନୋଟ୍‌ ଛାପୁଛନ୍ତି’ ବୋଲି କହିଥିଲେ।

Share