କପିଲଙ୍କ ବଲ୍‌ରେ ଚୌକା ଛକା ମାରିଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ବର୍ତ୍ତମାନ ରିୟଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭’ରେ ବିଚାରକ ଭାବେ ନଜର ଆସିଛନ୍ତି। ବିଚାରକ ହୋଇ ଶୋ’ରେ ସେ ବେଶ୍‌ ମଜା କରୁଥିବା ଦେଖିବାକୁ ମିଳିଛି। ନିକଟରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସେଟ୍‌ରେ ପୂର୍ବତନ ଖେଳାଳୀ କପିଲ ଦେବ ଅତିଥି ଭାବେ ଯୋଗଦେଇଥିଲେ। ଶୋ’ରେ କପିଲ ଦେବଙ୍କୁ ଦେଖି କରିନା ବେଶ୍‌ ଖୁସି ହେବା ସହ ମଜା କରିଥିଲେ। ଏଥିସହ ଶୋ’ରେ ଦୁହେଁ କ୍ରିକେଟ ମଧ୍ୟ ଖେଳିଥିଲେ। କପିଲ ଦେବ ବୋଲିଂ କରୁଥିବା ବେଳେ କରିନା ଶାାଢ଼ୀ ପିନ୍ଧି ବ୍ୟାଟିଂ କରୁଥିବା ନଜର ଆସିଛନ୍ତି। ଏହି ଗେଟଅପ୍‌ କରିନାଙ୍କୁ ଗ୍ଲାମରସ୍‌ ଲୁକ୍‌ ଦେଇଛି। ପ୍ରଥମ ବଲ୍‌ରେ କରିନା ଭଲ ଖେଳି ନ ଥିବା ବେଳେ ଅନ୍ୟ ବଲ୍‌ ଗୁଡିକରେ କରିନା ଚୌକା ଛକା ମାରିଥିଲେ। ଏହାପରେ କରିନା ବୋଲିଂ ଓ କପିଲ ଦେବ ବ୍ୟାଟିଂ କରିଥିଲେ। ତେବେ କରିନାଙ୍କ ବ୍ୟାଟରେ କପିଲ ଦେବ ଅଟୋଗ୍ରାଫ ଦେଉଥିବା ବେଳେ ତୈମୁର ମଧ୍ୟ ଭଲ କ୍ରିକେଟର ହୁଅନ୍ତୁ ବୋଲି କରିନା କହିଛନ୍ତି। ତେବେ ଶୋ’ର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share