କପିଲଙ୍କ ଶୋ’ରେ ଅନିଲ, କହିଲେ ବିବାହକୁ ନେଇ କିଛି ମଜାଦାର କଥା

ବମ୍ବେ: ଫେବୃୟାରୀ ୭ରେ ରିଲିଜ୍‌ ହେବାକୁ ଯାଉଛି ‘ମଲଙ୍ଗ’। ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ଅଭିନେତାମାନେ ଏବେ ଏହାର ପ୍ରମୋଶନରେ ବ୍ୟସ୍ତ। ଇତ୍ୟବସରରେ କଳାକାରମାନେ ‘ଦ କପିଲ ଶର୍ମା’ ଶୋ’ରେ ପହଞ୍ଚିଥିଲେ, ଯାହାର ଏକ ପ୍ରମୋ ଭିଡିଓ ଏବେ ଚର୍ଚ୍ଚାରେ। କାରଣଟି ହେଲା ଅନିଲ କପୁରଙ୍କ ସହ କପିଲଙ୍କ କିଛି ବାର୍ତ୍ତାଳାପ।

ଅନିଲଙ୍କୁ ସ୍ବାଗତ କରିବାକୁ ଯାଇ କପିଲ କହିଥିଲେ, ଫିଲ୍ମର ନାମ ମଲଙ୍ଗ। ଏଣୁ ଏଥିରେ ଅନିଲଙ୍କ ରହିବା ଅତ୍ୟାବଶ୍ୟକ ଥିଲା। କାରଣ ନିଜ ଧୁନ୍‌ରେ ସେ ମସ୍ତ ରୁହନ୍ତି। ସେ ନିଜେ ମଲଙ୍ଗ। ଏହାଛଡ଼ା ଅନିଲଙ୍କୁ ଚିଡ଼ାଇ କପିଲ ୩୫ ବର୍ଷର ବିବାହ ପରେ ବି ସେ ଏତେ ଖୁସି କିପରି ରହିପାରୁଛନ୍ତି ବୋଲି ପଚାରିଥିଲେ। ଉତ୍ତରରେ ଅନିଲ ରାଜ୍‌ଟି ହେଉଛି ସ୍ତ୍ରୀ ଶକ୍ତି ଏବଂ ସହିବା ଶକ୍ତି ବୋଲି କହିଥିଲେ।

ଫିଲ୍ମ ବିଷୟରେ ଯଦି କଥା ହେବା, ତେବେ ଏଥିରେ ମୁଖ୍ୟ ଭୂମିକାରେ ଦିଶା ପଟାନୀ, କୁନାଲ ଖେମୁ, ମୋହିତ ସୁରୀ ଏବଂ ଆଦିତ୍ୟ ରୟ କପୁର ପ୍ରମୁଖ ଅଭିନୟ କରିଛନ୍ତି। ଟି ସିରିଜ ଏବଂ ଲଭ୍‌ ଫିଲ୍ମସ୍‌ ଏହାକୁ ପ୍ରଯୋଜନା କରିଛନ୍ତି। ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଥିଲା। ହେଲେ ଦର୍ଶକଙ୍କୁ ତାହା ସେତେଟା ପସନ୍ଦ ଆସିନାହିଁ। ଏବେ ଫିଲ୍ମ ରିଲିଜ୍‌କୁ ଅପେକ୍ଷା ରହିଛି।

Share