କପିଲଙ୍କ ଶୋ’ରେ ନଜରକୁ ଆସିବେ ସିଦ୍ଧୁ !

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’କୁ ପୁଣି ଫେରିବେ ନବଜୋତ ସିଂ ସିଦ୍ଧୁ। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିବା ପରେ ଏଭଳି କିଛି ଚର୍ଚ୍ଚା ହେଉଛି।

‘କମେଡି ନାଇଟ୍‌ସ ଉଇଥ୍‌ କପିଲର ଆଗାମୀ ଏପିସୋଡ୍‌ରେ ଶିଳ୍ପା ନଜରକୁ ଆସିବେ। ଏହାର ଶୁଟିଂ ବେଳର କିଛି ଫଟୋ ଓ ଭିଡିଓ ଶିଳ୍ପା ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି, ଯେଉଁଥିରେ କପିଲଙ୍କୁ ଜଣେ ପଞ୍ଜାବୀ ବେଶରେ ଦେଖାଯାଉଛି। ସେ ବିଲକୁଲ ସିଦ୍ଧୁଙ୍କ ନକଲ ଭଳି ଲାଗୁଛନ୍ତି। ଲୋକମାନେ ଫଟୋକୁ ଦେଖିବା ପରେ ଅର୍ଚ୍ଚନା ପୁରନ ସିଂହଙ୍କ ସ୍ଥାନ ସିଦ୍ଧୁ ନେବେ ବୋଲି ମଧ୍ୟ କହୁଥିବା ଦେଖିବାକୁ ମିଳୁଛି।
ଅପରପକ୍ଷେ ଶିଳ୍ପା ୧୪ ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି। ଫିଲ୍ମ ‘ହଙ୍ଗାମା-୨’ର ପ୍ରମୋଶନ ପାଇଁ ସେ କପିଲଙ୍କ ଶୋ’କୁ ଯାଇଥିଲେ। ସେହି ସମୟର ଫଟୋ ମଧ୍ୟ ଏବେ ଭାଇରାଲ ହେଉଛି।

Share