କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ,୧୯।୭: କମେଡି କିଙ୍ଗ କପିଲ ଶର୍ମାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି ରୋଷେଇ ଘରୁ ପ୍ରଥମେ ନିଆଁ ବାହରୁ ଥିବା ଦେଖି ପଡୋଶୀ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ମାତ୍ର ଅଧଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରି ନେଇଥିଲେ। ଏହି ୭ ମହଲା ଫ୍ଲାଟର ୪ର୍ଥ ମହାଲାରେ କପିଲ ରହୁଥିଲେ। ତେବେ କପିଲ ଶର୍ମା କିଛିଦିନ ତଳେ ଏହି ଘର ଖାଲି କରି ନିକଟରେ ଥିବା ତାଙ୍କର ଆଉ ଏକ ଘରକୁ ଚାଲି ଯାଇଥିଲେ। ତେଣୁ ଘରଟି ସମ୍ପୂର୍ଣ୍ଣ ଖାଲି ଥିବାରୁ ଧନ ଜୀବନ ହାନୀ ହୋଇ ନ ଥିବା କୁହାଯାଉଛି।

Share