କପିଲ ଶର୍ମାଙ୍କ ନୂଆ ଅବତାର

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ନୂଆ ଅବତାର ଦେକତ୍ବାକୁ ମିଳିଛି। କମେଡି ଛାଡି ସେ ଏବେ ସଙ୍ଗୀତ ଆଡକୁ ମୁହାଁଇଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ପଞ୍ଜାବର ପ୍ରସିଦ୍ଧ ସଙ୍ଗର ହର୍ଷଦୀପ କୌର ଏକ ଭିଡିଓ ଗୀତ ରିଲିଜ୍‌ କରିଛନ୍ତି। ଏଥିରେ କପିଲ ଶର୍ମା ନଜର ଆସିଛନ୍ତି। ମୁଣ୍ଡରେ ପଗଡି ଭିଡି କପିଲ ପୂରା ପଞ୍ଜାବୀ ଲୁକ୍ସରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି। କେବଳ କପିଲ ଶର୍ମା ନୁହେଁ, ଶାନ୍‌, ଶଙ୍କରଙ୍କ ଭଳି ବଲିଉଡର ବହୁ ଲୋକପ୍ରିୟ ଗାୟକ ମଧ୍ୟ ଏହି ଭିଡିଓ ସଙ୍ଗ୍‌ରେ ଅଭିନୟ କରୁଛନ୍ତି। ଏହି ଭିଡିଓର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହର୍ଷଦୀପ।

Share