Advertisement

କପିଲ ଶର୍ମାଙ୍କ ଶୋ’ରେ ଦୌଡ଼ରାଣୀ ଦୂତୀ

ନିକଟ ଅତୀତରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରିଥିବା ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଛନ୍ତି। ଦୂତୀ ଏହି ଶୋ’ରେ କାହିଁକି ଯୋଗ ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଏହି ଶୋ’ରେ ତାଙ୍କ ସହିତ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ଓ ହକି କ୍ରୀଡ଼ାବିତ୍‌ ସନ୍ଦୀପ ସିଂହ ଯୋଗ ଦେଇଥିଲେ। ଦୂତୀ ନିଜେ ଶୋ’ରେ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ଲେଖିଛନ୍ତି, ‘ପ୍ରଥମ ଓଡ଼ିଆ ଝିଅ ଭାବେ କପିଲ ଶର୍ମା ଶୋ’ରେ ପାଦ ଦେଇଥିବାରୁ ମୁଁ ବହୁତ ଖୁସି। ଏଭଳି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଉଛି“।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share