କପିଲ ଶେୟାର କଲେ ‘ବେବିମୁନ୍‌’ ସମୟର ଫଟୋ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ମୁମ୍ବାଇ: ବାପା ହେବାକୁ ଯାଉଛନ୍ତି କମେଡିଆନ କପିଲ ଶର୍ମା। ପରିବାରର ସଦସ୍ୟମାନେ ଗିନ୍ନିଙ୍କ ଯତ୍ନ ନେଉଥିବା ବେଳେ କପିଲ ନିଜେ ସ୍ତ୍ରୀଙ୍କ ମନକଥାକୁ ବୁଝିବାକୁ ପଛାଉନାହାନ୍ତି। ନିକଟରେ ସେ ବ୍ୟସ୍ତ ଶୁଟିଂ ସିଡ୍ୟୁଲ ଭିତରୁ ସମୟ ବାହାରି କରି କାନାଡ଼ା ଯାଇଛନ୍ତି କପିଲ-ଗିନ୍ନି। ଏହି ବେବିମୁନକୁ ଉଭୟେ ମନଭରି ଉପଭୋଗ କରୁଥିବା ଦେଖାଯାଇଛି। କପିଲ ନିଜର ଇନଷ୍ଟା ପୃଷ୍ଠାରେ କିଛି ଫଟୋ ଶେୟାର କରି ତୁମେ ଓ ମୁଁ ଏହି ସୁନ୍ଦର ଦୁନିଆରେ ବୋଲି କ୍ୟାପ୍‌ଶନ ଦେଇଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହାକୁ ସାତ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଅନେକେ ପ୍ରଶଂସକ କପିଲଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ସେଠାରୁ ଫେରିବା ପରେ କପିଲ ପୁନର୍ବାର ଶୁଟିଂ ଆରମ୍ଭ କରିବେ। ତେବେ ଗିନ୍ନି ଡିସେମ୍ବରରେ ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି କୁହାଯାଉଛି।

Share