Categories: ଖେଳ

କପିଳଙ୍କ ନେତୃତ୍ୱରେ ଗଠିତ ସିଏସି ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନାହିଁ

ନୂଆଦିଲ୍ଲୀ, ୩୦।୯ (ପି.ଟି.)- ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ବିରୋଧରେ କୌଣସି ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନାହିଁ ବୋଲି ପ୍ରଶାସକ କମିଟି ମୁଖ୍ୟ (ସିଓଏ) ମୁଖ୍ୟ ବିନୋଦ ରାୟ କହିଛନ୍ତି। ଭାରତୀୟ ପୁରୁଷ ଦଳ ପାଇଁ ହେଡ୍‌ କୋଚ୍‌ ଚୟନ ନିମନ୍ତେ କପିଳଙ୍କ ନେତୃତ୍ୱରେ ସିଏସି ଏକ ଆଡ୍‌ହକ୍‌ କମିଟିର ମାନ୍ୟତା ପାଇଥିଲା। ତେଣୁ ଏହି କମିଟି ବିରୋଧରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ବା ଲୋକପାଳ ଡି.କେ. ଜୈନ କପିଳ ଓ ତାଙ୍କ ସିଏସି ସଦସ୍ୟଙ୍କ ନିକଟକୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ନୋଟିସ୍‌ ପଠାଇଥିଲା। ତେବେ ସିଏସିର ଅନ୍ୟତମ ସଦସ୍ୟ ଶାନ୍ଥା ରଙ୍ଗାସ୍ବାମୀ ତାଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି। ସିଏସିକୁ ଆମେ ଏକ ଆଡହକ୍‌ କମିଟି ରୂପେ ଗଠନ କରିଥିଲୁ। ହେଡ୍‌ କୋଚ୍‌ ନିଯୁକ୍ତ କରିବା ଏହି କମିଟିର ଦାୟିତ୍ୱ ଥିଲା। ତେଣୁ ଏହି କମିଟି ବିରୋଧରେ ଆମେ କୌଣସି ଦ୍ୱନ୍ଦ୍ୱ ପାଇନାହୁଁ ବୋଲି ରାୟ ସ୍ପଷ୍ଟ କରିଛନ୍ତି।

Share