କପିଳାସରେ ୫୦ ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୩ା୧୧- ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମଙ୍ଗଳବାର ପ୍ରବଳ ଜନ ସମାଗମ ଲାଗିରହିଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଢେଙ୍କାନାଳ ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପୀଠାଧୀଶ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଓ ମା’ ପାର୍ବତୀଙ୍କ ଦର୍ଶନ କରିବା ପାଇଁ ଘାଟିରାସ୍ତା ଠାରୁ ମୁଖଶାଳା ଏବଂ ମନ୍ଦିର ଭିତର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା। ସେହିପରି ଠାକୁରଙ୍କ ଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନରେ ମଧ୍ୟ ସାମିଲ ହୋଇଥିଲେ। ସୁବିଧାରେ ଦର୍ଶନ କରିବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାରିକେଡ ନିର୍ମାଣ ହୋଇଥିଲା ା
ଘାଟି ଓ ପାହାଚ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା ା
ହରହର ମହାଦେବ ଓ ହୁଳହୁଳି ଧ୍ୱନିରେ ପୀଠ କମ୍ପି ଉଠିଥିଲା ା ମହିଳା ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ପୂଜାର୍ଚ୍ଚନା କରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବ୍ୟାପକ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥିଲା ା

Share