ନିରାକାରପୁର, ୨୮।୫(ଡି.ଏନ୍.ଏ.): ବାତ୍ୟା ‘ଫନୀ’ ପରେ ଦୂଷିତ ପାଣି, ଅସ୍ବାସ୍ଥ୍ୟକର ପରିବେଶ ଓ ଭୀଷଣ ଗରମ ଯୋଗୁ ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତସ୍ଥିତ ବାଲିଗାଁ(କପିଳେଶ୍ୱରପୁର)ଗ୍ରାମରେ ଗାଈ ମଡ଼କ ଦେଖାଦେଇଛି। ଏଥିରେ ୫ରୁ ଊର୍ଦ୍ଧ୍ୱ ଗାଈ ମରିବା ସହିତ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଖବର ପାଇ ମଙ୍ଗଳବାର ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସମେତ ଓଡ଼ିଶା ସରକାରଙ୍କ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଗାଡ଼ି ଓ ଏକ ପଶୁ ଡାକ୍ତରୀ ଦଳ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି। ରକ୍ତ ନମୁନା ଯାଇପାରି ନ ଥିବା ବେଳେ ବୁଧବାର ନିଆଯିବ ବୋଲି ସ୍ଥାନୀୟ ପଶୁ ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମରିଥିବା ଗାଈଗୁଡ଼ିକୁ ଗାତ ଖୋଳି ଲୁଣ, ବ୍ଲିଚିଙ୍ଗ୍ ପାଉଡ଼ର ପକାଇ ପୋତା ଯାଇଛି।