Advertisement

କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ର କେତେଜଣ ନାୟିକା ବୋଲ୍ଡନେସ୍‌ ପାଇଁ ବେଶ୍‌ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ ସମୟରେ ବିବାଦକୁ ଆସି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଆନ୍ତି। କେବଳ ସେତିକି ନୁହେଁ ଟ୍ରୋଲ ହେବାରେ ମଧ୍ୟ ଉର୍ବଶୀ ବହୁ ଆଗରେ। ଅନେକ ସମୟରେ ସେ କିଛି ନା କିଛି ଟୁଇଟ କରି ଆସିଥାଆନ୍ତି ଚର୍ଚ୍ଚାକୁ। ଥରେ କି ଦୁଇଥର ନୁହେଁ ବହୁବାର ସେ କଣ୍ଟେଣ୍ଟ କପି ପେଷ୍ଟ କରି ଟ୍ରୋଲ ହୋଇଥିବା ଦେଖାଯାଇଛି। କିଛିଦିନ ପୂର୍ବରୁ ଉର୍ବଶୀ ଜଣେ ବିଦେଶୀ ଲେଖକଙ୍କ କଣ୍ଟେଣ୍ଟ ଚୋରି କରିବାର ଅଭିଯୋଗ ଆସିଥିଲା। ଏହାର ସଫେଇ ଦେବାକୁ ଯାଇ ସେ କହିଥିଲେ ତାଙ୍କ ସୋସିଆଲ ମିଡିଆ ଟିମ୍‌ ଏପରି କରିଥାଇପାରନ୍ତି। ଏବେ କିନ୍ତୁ ଉର୍ବଶୀ ଆଉ ଏକ ନୂଆ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି। କରୋନା ଭାଇରସକୁ ହରାଇବାକୁ ନିଜ ଜୀବନକୁ ବାଜି ଲାଗାଇ ପୋଲିସମାନେ ଯେଭଳି ଦିନ ରାତି ସେମାନଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି ଏବେ ବଲିଉଡ୍‌ ସେଲିବ୍ରିଟିମାନେ ଟୁଇଟର ମାଧ୍ୟମରେ ସେମାନଙ୍କର ପ୍ରଶଂସା କରି ଚାଲିଛନ୍ତି। ନିକଟରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ମୁମ୍ବାଇ ପୋଲିସର ଏକ ଭିଡିଓ ଶେୟାର କରି ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ସେ ଲେଖିଥିଲେ, ବର୍ତ୍ତମାାନ ସମୟରେ ପୋଲିସକୁ ହୃଦୟରୁ ଧନ୍ୟବାଦ ଦେବାକଥା। ଯିଏ ନିଜ ଘର ପରିବାର ଛାଡି ନିଜ ଜୀବନକୁ ବାଜି ଲଗାଇ ଦିନରାତି ଲୋକଙ୍କୁ ସାହାଯ୍ୟ କରୁଛି ସେ ହିଁ ଦେଶର ପ୍ରକୃତ ହିରୋ ବୋଲି ସିଦ୍ଧାର୍ଥ ଲେଖିଥିଲେ। ଏହାପରେ ଉର୍ବଶୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସିଦ୍ଧାର୍ଥଙ୍କର ବାର୍ତ୍ତାର ଅବିକଳ କପି ଇଂରାଜୀରେ କରାଯାଇଥିବାରୁ ପୁଣି ସୋସିଆଲ ମିଡିଆ ୟୁଜର୍ସ ଉର୍ବଶୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏମିତିକି କେହି କେହି ୟୁଜର୍ସ ଉର୍ବଶୀଙ୍କୁ ମୂର୍ଖ ବା ଅଶିକ୍ଷିତ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share