କପ୍ତିପଦା ବ୍ଲକ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୨୪ା୧୨(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଯୁବ ସଂଗଠନ, ଅଲ୍‌ ଇଣ୍ଡିଆ ଛାତ୍ର ସଂଗଠନ ଏବଂ ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ଛାତ୍ର, ଯୁବକ, ମହିଳାମାନଙ୍କର ସମସ୍ୟା ନେଇ କପ୍ତିପଦା ବ୍ଲକ୍‌ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। କପ୍ତିପଦା ପୁରୁଣା ଥାନା ଛକରୁ ବିକ୍ଷୋଭକାରୀମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ। ଏହି ଅବସରରେ କମ୍ରେଡ ସମା ସମରାଏଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କମ୍ରେଡ ଯମୁନା ସାମାଡ଼, କମ୍ରେଡ ସାଧୁଚରଣ ଖୁଣ୍ଟିଆ, ଗୋବିନ୍ଦ ହାଇବୁ୍ର, ନାରଣ ଜଙ୍କ, ଜାନକୀ ଚାକିଆ, ଡିୱାଇଓର ଜିଲା ସଭାପତି କମ୍ବ୍ରେଡ ପୀତାମ୍ବର ନାଏକ, ଡ଼ିଏସ୍‌ଓର ଅନ୍ୟତମ ବକ୍ତା ପ୍ରଶାନ୍ତ ଦାସ, ଅଲ୍‌ ଇଣ୍ଡିଆ ଡିଏସ୍‌ଓ ମହିଳା ସାଂସ୍କୃତିକ ସଂଗଠନର ସମ୍ପାଦକ ମିଞ୍ଜାରୀ ଦେଓଗାମ୍‌, ଅଲ୍‌ ଇଣ୍ଡିଆ ଛାତ୍ର ସଂଗଠନର ସମ୍ପାଦକ ଭାଗବତ ସାଉଁୟା, ଡେମୋକ୍ରାଟିକ୍‌ ଯୁବ ସଂଗଠନର ଅନ୍ୟତମ ଯୁବ ସଂଗଠକ ଜୟ ମୁର୍ମୁ ପ୍ରମୁଖ ଯୋଗଦେଇ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବେକାରୀ ଯୁବତୀଯୁବକ କର୍ମନିଯୁକ୍ତି ନ ପାଇବା ଫଳରେ ରାଜ୍ୟରୁ ଅନ୍ୟ ରାଜ୍ୟକୁ କିପରି କାମ ଅନ୍ବେଷଣରେ ଯାଉଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ଏକ ପ୍ରତିନିଧି ଦଳ କପ୍ତିପଦା ବିଡିଓଙ୍କୁ ସାକ୍ଷାତ କରି ୪ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।