କଫସିରପ, ନିଶା ବଟିକା ଜବତ: ବ୍ୟବସାୟୀ ଗିରଫ

ସୋନପୁର,୧୪।୯(ନି.ପ୍ର.) : ସୁବର୍ଣ୍ଣପୁର ଜିଲାରେ ବହୁଳ ଭାବେ ଚାଲିଛି ବେଆଇନ କଫସିରପ୍‌ କାରବାର। ଯୁବକମାନେ ଏହାକୁ ନିଶା ପାଇଁ ବହୁଳ ଭାବେ ବ୍ୟବହାର କରି ପଥଭ୍ରଷ୍ଟ ହେଉଛନ୍ତି। ସଦର ପୋଲିସ ଶନିବାର କଫ୍‌ସିରପ ବ୍ୟବସାୟୀ ଆସିକ୍‌ ରସୁଲ ଖାନ(୨୮)ଙ୍କୁ ଗିରଫ କରିଛି। ଆସିକ୍‌ଙ୍କ ଘର ତରଭା ଥାନା ଶିବଶଙ୍କରପଡାରେ। ସେ ବାଇକ୍‌ ନଂ ଓଡି୩୧ଏ-୯୧୩୨ରେ କଫ୍‌ ସିରପ୍‌ ଆଣି ସୋନପୁର ଉପକାରାଗାର ସମ୍ମୁଖରେ ବିକ୍ରି କରୁଥିଲେ । ତାଙ୍କ ନକଟରୁ ୧୦୦ମିଲି. ବିଶିଷ୍ଟ ୫୦ ବୋତଲ ଏସ୍‌କଫ୍‌ କମ୍ପାନୀର କଫ୍‌ ସିରପ, ୮ଟି ଖୋଲା ବୋତଲ, ୩ ଷ୍ଟ୍ରିପ୍‌ ଆଲଫ୍ରା ଜୋଲାମ ଟାବ୍‌ଲେଟ(ନିଶା ବଟିକା), ବ୍ୟବହୃତ ବାଇକ୍‌, ନଗଦ ୨ହଜାର ୬୦ଟଙ୍କା ଓ ମୋବାଇଲ ଜବତ ହୋଇଛି । ଆସିକ୍‌ ଅପମିଶ୍ରିତ କଫସିରପ ବିକ୍ରି କରୁଥିବା ପୋଲିସ କହିଛି । ସୋନପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Share