କଫସିରପ ମାଷ୍ଟରମାଇଣ୍ଡ ସାନ ନେଗୀ, ଦୁଇ ସହଯୋଗୀ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ, ୧୦।୧- କଫସିରପ କାରବାରର ମାଷ୍ଟରମାଇଣ୍ଡ ସାନ ନେଗୀ ଓ ତାଙ୍କର ଦୁଇ ସହଯୋଗୀ ଅଜିତ ନନ୍ଦ ଏବଂ ଫାରୁକ ଖାନଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏହି ତିନି ଅଭିଯୁକ୍ତଙ୍କୁ ପୋଲିସ ଭୁବନେଶ୍ବରଠାରୁ ଗିରଫ କରି ବଲାଙ୍ଗୀର ଆଣି ଏକ ଗୁପ୍ତ ସ୍ଥାନରେ ପଚରାଉଚରା କରିଥିଲା। ଅଭିଯୁକ୍ତଙ୍କଠାରୁ ୫୫,୨୦୦ ଟଙ୍କା, ୪ ମୋବାଇଲ ଫୋନ ଓ ଏକ ଇନୋଭା ଗାଡ଼ି ଜବତ କରାଯାଇଛି। ଏସ୍‌ପି ସନ୍ଦୀପ ମାଡ଼କର ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି। ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ସେ କହିଛନ୍ତି ।

Share